ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ, ଯାତ୍ରା ଦେଖିବାକୁ ଆସି ଆକ୍ରମଣର ଶିକାର ହୋଇଥିଲେ

Published By : Harapriya Sethi | May 16, 2025 3:07 PM

ସୋରଡ଼ା,୧୬/୫: ସୋରଡାକୁ ମେରୁ ଯାତ୍ରା ଦେଖିବାକୁ ଆସି ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଯୁବକ । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କ ମୃତ୍ୟୁ ଘଟିଛି । ମୃତକ ନୂଆଁ ଖିଲାବାଡି ଗ୍ରାମର ସୁବାଷ ନାୟକ ବୋଲି ଜଣାପଡ଼ିଛି । ସୋରଡା ପୁଲିସ ଶବ ଜବତ କରି ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗଞ୍ଜାମ ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଏପ୍ରିଲ ୧୪ ତାରିଖରେ ସୋରଡା କାଳୀ ମନ୍ଦିର ଠାରେ ମେରୁ ଯାତ୍ରା ଚାଲିଥିବା ବେଳେ ନୂଆଁ ଖିଲାବାଡି ଗ୍ରାମର କିଛି ଲୋକ ମେରୁ ଦେଖିବାକୁ ଆସିଥିଲେ । ସେଠାରେ ଗଣ୍ଡଗୋଳ ହୋଇଥିଲା। ପରେ ସ୍ଥାନୀୟ ଲୋକମାନଙ୍କ ସଂଘବଦ୍ଧ ଆକ୍ରମଣରେ ସେହି ଗ୍ରାମର ସୁବାଷ ନାୟକ ଗୁରୁତର ଆହତ ହୋଇଥିଲେ। ଏଥିରେ ନୂଆ ଖିଲାବାଡି ଗ୍ରାମର ୧୩ ଜଣ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାରେ ଗ୍ରାମର ପ୍ରମୋଦ ଦାସଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଏଥିରେ ସଂପୃକ୍ତ ଅଭିଯୋଗରେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଅପରପକ୍ଷରେ ଗୁରୁତର ଆହତ ସୁବାଷ ନାୟକଙ୍କୁ ତୁରନ୍ତ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ପରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ଗତକାଲି ସୁବାଷ ନାୟକଙ୍କୁ ପରିବାର ଲୋକେ ଗାଁକୁ ନେଇ ଆସିଥିଲେ । ଆଉ ଆଜି ସୁବାଷ ନାୟକଙ୍କ ମୃତ୍ୟୁ ଘଟିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.